ବଙ୍ଗୋପସାଗରରେ ୫.୧ତୀବ୍ରତାର ଭୂମିକମ୍ପ ଝଟକା

ବଙ୍ଗୋପସାଗରରେ ରବିବାର ଦିନ ଭୂକମ୍ପ ହୋଇଛି । ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୫.୧ ରହିଛି । ଆଜି ସକାଳ ୯ଟା ୧୨ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଭୂକମ୍ପ ଯୋଗୁଁ ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଉଠିଛି । ଅନେକ ସ୍ଥାନରେ ସୁନାମୀ ଆଶଙ୍କା କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ଆମେରିକାର ‘ୟୁନାଇଟେଡ୍ ଜିଓଲୋଜିକାଲ୍ ସର୍ବେକ୍ଷଣ’ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପାରାକା ଗ୍ରାମଠାରୁ ୧୩୫ କିଲୋମିଟର ଦୂର ଏବଂ ସମୁଦ୍ର ପତ୍ତନଠାରୁ ୧୦ କିଲୋମିଟର ଗଭୀରରେ ରହିଛି।ତେବେ ଏହାର ଝଟକା ପଶ୍ଚିମବଙ୍ଗ ତଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଛି । ଚଳିତ ବର୍ଷ ଏପ୍ରିଲ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୧୧ ଏପ୍ରିଲରେ ପଶ୍ଚିମବଙ୍ଗ ତଟବର୍ତ୍ତୀ ଅଞ୍ଚଳରେ ୪.୨ ତୀବ୍ରତାର ଭୂକମ୍ପ ଆସିଥିଲା । ଏହାର ଗଭୀରତା ୧୦ କିମି ରହିଥିଲା । ତେବେ ଏହି ଝଟକା ଯୋଗୁଁ କାହାର କିଛି କ୍ଷତି ହୋଇନଥିଲା ।

Related Articles

Back to top button