ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କଲେ ପାକିସ୍ତାନ ସହ ଆଲୋଚନା କରିବ ଭାରତ

“ଯଦି ପଡୋଶୀ ଦେଶ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରେ ତେବେ ଭାରତ ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି।” ଜାମ୍ମୁ କାଶ୍ମୀରର ରାମ୍ବନ ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ଶ୍ରୀ ସିଂ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ “ଯଦି ପାକିସ୍ତାନ ଗୋଟିଏ କାମ କରେ, ତେବେ ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରିଦିଏ, ପଡୋଶୀ ଦେଶମାନଙ୍କ ସହିତ ସମ୍ପର୍କକୁ ସୁଦୃଢ କରିବାକୁ କିଏ ପସନ୍ଦ କରିବ ନାହିଁ? କାରଣ ମୁଁ ବାସ୍ତବତା ଜାଣିଛି ଯେ ତୁମେ ଜଣେ ବନ୍ଧୁ ବଦଳାଇ ପାରିବ, କିନ୍ତୁ ତୁମର ପଡ଼ୋଶୀ ନୁହେଁ | ଆମେ ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ସର୍ବପ୍ରଥମେ ସେମାନେ ଆତଙ୍କବାଦକୁ ବନ୍ଦ କରିବା ଉଚିତ୍ ବୋଲି ବାନିହାଲରେ ଏକ ରାଲିରେ ଶ୍ରୀ ସିଂ ମନ୍ତବ୍ୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଜାମ୍ମୁ କାଶ୍ମୀରରେ 3ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଆସନ୍ତା ୧୮ ସେପ୍ଟେମ୍ବରରୁ ଅକ୍ଟୋବର ୧ ମଧ୍ୟରେ ୩ ପର୍ଯ୍ୟାୟରେ ମତଦାନ କରାଯିବାକୁ ଥିବା ବେଳେ,ବିଜେପି ଏହି ଜିଲ୍ଲାର ବାନିହାଲ ଆସନରୁ ମହମ୍ମଦ ସଲିମ ଭଟଙ୍କୁ ବିଜେପିର ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାପୂର୍ବରୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଦଳର ପ୍ରାର୍ଥୀ ରାକେଶ ସିଂ ଠାକୁରଙ୍କ ସମର୍ଥନରେ ରାମ୍ବାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ତେବେ ବାନିହାଲରୁ ହ୍ୟାଟ୍ରିକ୍ ଖୋଜୁଥିବା ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ବିକାଶ ରସୁଲ ୱାନିଙ୍କ ବିରୋଧରେ ବିଜେପିର ମହମ୍ମଦ ସଲିମ ଭଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।

Related Articles

Back to top button