ମୁହାଁମୁହିଁ ହେବେ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ

ଆମେରିକାରେ ୫ ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆମେରିକୀୟ ସମୟ ମୁତାବକ, ବୁଧବାର ସକାଳ ୬ଟାରେ ଲାଇବ ଟିଭି ଡିବେଟ ହେବ । ଏହା ଉଭୟ ନେତାଙ୍କ ପ୍ରଥମ ଡିବେଟ ହେବ । ଏହି ଡିବେଟ ଉପରେ ଆମେରିକା ସହ ବିଶ୍ୱବାସୀଙ୍କ ନଜର । କାରଣ ନିର୍ବାଚନ ଜିତିବା ପାଇଁ ଡିବେଟ ବେଶ ଗୁରୁତ୍ୱ ବହନ କରୁଛି । ବିଭିନ୍ନ ପ୍ରସଙ୍ଗରେ ପ୍ରାର୍ଥୀ ତଥା ଦଳର ଆଭିମୁଖ୍ୟ ଏଥିରେ ସ୍ପଷ୍ଟ ହେବ ।ଏବିସି ନ୍ୟୁଜ ଚ୍ୟାନେଲ ଦ୍ୱାରା ଆୟୋଜିତ ଏହି ଡିବେଟ ୯୦ ମିନିଟ ପର୍ଯ୍ୟନ୍ତ ଚାଲିବ । ଡିବେଟ ଫେଲୋଡେଲଫିଆର ନାସନାଲ କନ୍ଷ୍ଟିଚ୍ୟୁସନ ସେଣ୍ଟର କରାଯିବ । ଡିବେଟ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ଡିବେଟ ହୋଇଥିଲେ ମଧ୍ୟ ଚଳିତ ନିର୍ବାଚନର ଦ୍ୱିତୀୟ ଓ ଶେଷ ଡିବେଟ୍ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିତର୍କ ହୁଏ । ଏହି ବିତର୍କ ଆଧାରରେ ମତଦାତା ମତଦାନକୁ ନେଇ ନିଜ ରାୟ ପ୍ରସ୍ତୁତ କରନ୍ତି । ଏହାକୁ ହିଁ ପ୍ରେସିଡେନ୍ସିଆଲ ଡିବେଟ କୁହାଯାଏ । ନିର୍ବାଚନ ପୂର୍ବରୁ ଏମିତି ୨/୩ଟି ଡିବେଟ ହୋଇଥାଏ । ଚଳିତ ଡିବେଟରେ ଦେଶର ଅର୍ଥ ବ୍ୟବସ୍ଥା, ଇମିଗ୍ରେସନ, ଆବର୍ସନ ଲ, ଋଷ- ୟୁକ୍ରେନ ଯୁଦ୍ଧ ଓ ଫରେନ ପଲିସି ଉପରେ ବିତର୍କ ହେବାର ସମ୍ଭାବନା ରହିଛି ।ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଡିବେଟ ଡେମୋକ୍ରାଟିକ୍ ପାର୍ଟିର ଜନ ଅଫ କେନେଡି ଓ ରିପବ୍ଲିକାନ ପାର୍ଟି ର ରିଚର୍ଡ ନିକ୍ସନଙ୍କ ମଧ୍ୟରେ ହୋଇଥିଲା ।

Related Articles

Back to top button