ଖରାପ ହୋଇଗଲା ଗାଡ଼ି, ରାଗରେ ଶୋରୁମରେ ନିଆଁ ଲଗାଇ ଦେଲେ ବ୍ୟକ୍ତି

କର୍ଣ୍ଣାଟକରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଗାଡ଼ି କିଣିବାର ମାସେ ନ ପୁରୁଣୁ ଖରାପ ହୋଇଗଲା । ଯେଉଁଥି ପାଇଁ ଗ୍ରାହକ ଉତ୍ତ୍ୟକ୍ତ ହୋଇ ଶୋ ରୁମରେ ନିଆଁ ଲଗାଇ ଦେଇଛନ୍ତି । ଯେଉଁଥିରେ ଦୋକାନର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କର୍ଣ୍ଣାଟକ କଲବୁର୍ଗୀ ସହରରେ ୨୬ ବର୍ଷୀୟ ମହମ୍ମଦ ନଦୀମ ନାମକ ଜଣେ ଯୁବକ ଗତ ୨୦ ଦିନ ତଳେ ଏକ ଓଲା ସ୍କୁଟର କିଣି ଥିଲେ । କିଛି ଦିନ ଚଲାଇବା ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏଥିପାଇଁ ସେ ମଙ୍ଗଳବାର ଦିନ ଶୋ ରୁମକୁ ଯାଇଥିଲା । ଏହି ସମୟରେ ଦୋକାନ କର୍ମଚାରୀ ଏବଂ ନଦୀମଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ସେହି ଦିନ ହଠାତ୍ ଶୋ ରୁମରେ ନିଆଁ ଲାଗିଥିଲା ।ପ୍ରଥମେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିଲା । ମାତ୍ର ପରେ ନଦୀମ ଏହି କାଣ୍ଡ ଭିଆଇ ଥିବା ଜଣା ପଡ଼ିଛି । ଏହି ଅଗ୍ନିକାଣ୍ଡରେ ଶୋ ରୁମର ୬ଟି ନୂଆ ସ୍କୁଟର ସମ୍ପୂର୍ଣ୍ଣ ଜଳି ଯାଇଛି । ଏହା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ପୋଲିସ ନଦୀମକୁ ଅଟକ ରଖି ପଚରା ଉଚରା କରୁଛି ।

Related Articles

Back to top button