୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ ଆଦାୟ କରାଯିବ ନାହିଁ‌ କୌଣସି ଟୋଲ୍

ହାଇସ୍ପିଡରେ ନିର୍ମାଣ ହେବାରେ ଲାଗିଛି ଭାରତରେ ହାଇୱେ ଏବଂ ଏକ୍ସପ୍ରେସ ୱେ । ଏହାସହିତ ତାଳ ଦେଇ ବଦଳିବାରେ ଲାଗିଛି ଟ୍ରାଫିକ ଏବଂ ଟୋଲ ଟାକ୍ସ ନିୟମ । ହାଇୱେ ଏବଂ ‘ଏକ୍ସପ୍ରେସ ୱେ’ରେ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଲଗାତାର ପରିବର୍ତ୍ତନ ଆଣୁଛନ୍ତି । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ସରକାର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ନିୟମରେ ପରିବର୍ତ୍ତନ କରିଛି।ଏହା ଦ୍ୱାରା ସେହି ଲୋକମାନେ ବହୁତ ଉପକୃତ ହେବେ ଯେଉଁମାନଙ୍କୁ ପ୍ରତିଦିନ କୌଣସି କାମରେ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯିବାକୁ ପଡୁଛି ଏବଂ ସେମାନଙ୍କ ଘର ଟୋଲ ପ୍ଲାଜା ନିକଟରେ ରହିଛି । ଆସନ୍ତୁ ଜାଣିବା ଏହି ନୂଆ ନିୟମ ଦ୍ୱାରା ଆପଣଙ୍କୁ କିପରି ଫାଇଦା ମିଳିବ ।ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ।

Related Articles

Back to top button