ସ୍ଵଳ୍ପ ଦୂରଗାମୀ VL-SRSAM କ୍ଷେପଣାସ୍ତ୍ରର କରାଯାଇଛି ବ୍ୟବହାରିକ ପରୀକ୍ଷଣ

ଗୁରୁବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ନ ୩ଟା ୧୯ ମିନିଟରେ ୩ନଂ ଲଞ୍ଚ ପ୍ୟାଡ୍‌ରୁ ଭର୍ଟିକାଲ ଲଞ୍ଚ ସ୍ଵଳ୍ପ ଦୂରଗାମୀ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା VL-SRSAM କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି ।

ଏହା ପୂର୍ବରୁ ଲଞ୍ଚପ୍ୟାଡର ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜୟଦେବକସବା, ସାହାଜାନଗର, ଭୀମପୁର, ତୁଣ୍ଡରା ଗ୍ରାମର, ଖଡୁପାହି ଏବଂ କୁସୁମୁଳୀ ଗ୍ରାମର ମୋଟ ୩,୧୦୦ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Related Articles

Back to top button