କେଜରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ଅଦାଲତ

କେଜରିୱାଲଙ୍କୁ ଆଶ୍ୱସ୍ତ କଲେ ସର୍ବୋଚ୍ଚ ଅଦାଲତ । ଦୀର୍ଘ ଦିନପରେ କାରାଗାରରୁ ବାହାରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କିନ୍ତୁ ଯାଇପାରିବେ ନାହିଁ କାର୍ଯ୍ୟାଳୟ କିମ୍ବା ମାମଲା ଉପରେ ଦେଇପାରିବେନି କୌଣସି ଟିପ୍ପଣୀ । କାରଣ ଜଷ୍ଟିସ ଉଜ୍ଜଳ ଭୂୟାଁ ଓ ଜଷ୍ଟିସ ସୂର୍ଯ୍ୟକାନ୍ତିଙ୍କ ଖଣ୍ଡପୀଠ କେଜରିୱାଲଙ୍କୁ ପ୍ରଦାନ କରିଛନ୍ତି ସର୍ତ୍ତମୂଳକ ଜାମିନ । ଅଦାଲତଙ୍କ ସର୍ତ୍ତ ଅନୁଯାୟୀ କେଜ୍ରିୱାଲ ତଦନ୍ତକୁ ପ୍ରଭାବିତ ନକରି ସହଯୋଗ କରିବା ସହ ଆବଶ୍ୟକସ୍ଥଳେ ବିଚାରଣ ଅଦାଲତରେ ହେବେ ହାଜର । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯିବେ ନାହିଁ କି କୌଣସି ଦସ୍ତାବିଜରେ ଦସ୍ତଖତ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଦାଲତ । ସିବିଆଇ ଗିରଫଦାରୀକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ଥିଲା ଭିନ୍ନମତ । ଅଦାଲତ ଆଜି କେଜରିୱାଲଙ୍କୁ ଦିଲ୍ଲୀ ମଦ ଘୋଟାଲାରେ ପ୍ରଦାନ କରିଛନ୍ତି ସର୍ତ୍ତମୂଳକ ଜାମିନ। ସେପ୍ଟେମ୍ବର ୫ରେ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ଅଦାଲତ।

Related Articles

Back to top button