ପୁଣି କୁସ୍ତି ଲଢ଼ିବେ ଭାରତର ପୂର୍ବତନ ରେସଲର ଦ ଗ୍ରେଟ ଖଲି ।

ପୁଣି କୁସ୍ତି ଲଢ଼ିବେ ଭାରତର ପୂର୍ବତନ ରେସଲର ଦ ଗ୍ରେଟ ଖଲି । ସୂଚନା ଅନୁଯାୟୀ ଆସନ୍ତା ୧୪ରେ ଉତ୍ତରାଖଣ୍ଡ ରେସଲିଂ ଏଣ୍ଟରଟେନମେଣ୍ଟରେ କୁସ୍ତି ଲଢିବେ ଖଲି। ୨୦୧୪ରୁ ରେସଲିଂ ଛାଡିଥିବା ଖଲିଙ୍କ ପ୍ରତ୍ୟାବର୍ତନକୁ ନେଇ ଜୋର ଧରିଛି ଚର୍ଚ୍ଚା । ୨୦୧୪ରେ ଡବ୍ଲୁ ଡବ୍ଲୁ ଇ ଛାଡିଥିବା ଖଲି ମଧ୍ୟ କାମ କରିଛନ୍ତି ହଲିଉଡ ଫିଲ୍ମ,ବଲିଉଡ ଫିଲ୍ମ ଓ ଟିଭି ସୋରେ। ସେ ୨୦୨୨ ମସିହାରେ ଯୋଗଦେଇଥିଲେ ଭାରତୀୟ ଜନତା ପାର୍ଟିରେ । ହେଲେ କେବେବି ନିର୍ବାଚନରେ କରିନାହାନ୍ତି ପ୍ରତିଦ୍ବନ୍ଦିତା । ସେ ଏକମାତ୍ର ଭାରତୀୟ ଯିଏକି ଡବ୍ଲୁ ଡବ୍ଲୁ ଇରେ ଜିତିଛନ୍ତି ବିଶ୍ବ ହେଭିୱେଟ ଟାଇଟଲ ।

Related Articles

Back to top button