କୋଲକାତାରେ ରାସ୍ତା କଡ଼ରେ ପଡ଼ିଥିବା ଏକ ସନ୍ଦିଗ୍ଧ ବ୍ୟାଗରୁ ବିସ୍ଫୋରଣ

ପଶ୍ଚିମବଙ୍ଗ କୋଲକାତାରେ ରାସ୍ତା କଡ଼ରେ ପଡ଼ିଥିବା ଏକ ସନ୍ଦିଗ୍ଧ ବ୍ୟାଗରୁ ବିସ୍ଫୋରଣ ହୋଇଛି । ଫଳରେ ଜଣେ ପଥଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ବାପି ଦାସ । ତାଙ୍କୁ ଏନ୍ଆରଏସ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥାଳରେ ପହଁଚି ଛାନଭିନ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ଦିନ ପ୍ରାୟ ଗୋଟାଏ ୪୫ ମିନିଟ୍ ସମୟରେ କୋଲକାତା ବ୍ଲୋଚ ମ୍ୟାନ୍ ଓ ଏସଏନ ରାସ୍ତାରେ ଏକ ବ୍ୟାଗ ପଡ଼ିଥିଲା । ସେଠାରେ ବୁଲୁଥିବା ବାପି ଦାସ ନାମକ ଜଣେ ବ୍ୟକ୍ତି ସଂପୃକ୍ତ ବ୍ୟାଗକୁ ଉଠାଇ ଦେଖିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବ୍ୟାଗରେ ବିସ୍ଫୋରଣ ହୋଇଥିଲା । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ତଲତଲା ପୋଲିସକୁ ଏକ ସନ୍ଦିଗ୍ଧ ବ୍ୟାଗ ପଡ଼ିଥିବା ନେଇ ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବାପି ଦାସ ଏସଏନ ରୋଡ଼ରେ ଫୁଟପାତ୍ ରେ ରୁହନ୍ତି ବୋଲି ଜଣା ପଡ଼ିଛି । ସେ ପ୍ରତିଦିନ ସେହି ଅଞ୍ଚଳରେ ବୁଲାବୁଲି କରନ୍ତି । ପୋଲିସ ଘଟଣା ସ୍ଥଳରେ ଅନୁସନ୍ଧାନ ଆରମ୍ଭ କରିଛି । ବ୍ୟାଗରେ ପ୍ରକୃତରେ କଣ ରହିଥିଲା ସେ ନେଇ ଖୋଳତାଡ଼ କରାଯାଉଛି ।

Related Articles

Back to top button