ଇସ୍ତଫା ଦେବା ନେଇ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ସଭିଙ୍କୁ ଚକିତ କରି ଦୁଇ ଦିନରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ମୁଁ ସେ ପର୍ଯ୍ୟନ୍ତ ମୁଁ ଆସନରେ ବସିବି ନାହିଁ ଯେ ପର୍ଯ୍ୟନ୍ତ ଜନତାଙ୍କ କୋର୍ଟରେ ମୋତେ ନ୍ୟାୟ ନ ମିଳିଛି । ଯଦି ଜନତାଙ୍କୁ ଲାଗିବ ମୁଁ ସଚ୍ଚୋଟ ତେବେ ମୋତେ ଭୋଟ୍ ଦେବେ । ଏହା ସହିତ ସେ ଜେଲରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବାର କାରଣ କହିଛନ୍ତି । ଆପ୍ ଆବାହକ କହିଛନ୍ତି ମୁଁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଇସ୍ତଫା ଦେଇ ନାହିଁ । ମୁଁ ବିଜେପିର ଫର୍ମୁଲା ଭାଙ୍ଗିବାକୁ ଚାହୁଁଥିଲି ।

କେଜ୍ରିୱାଲ କହିଛନ୍ତି, ଜନତାଙ୍କ ଆଶୀର୍ବାଦରୁ ବିଜେପିର ସମସ୍ତ ଷଡଯନ୍ତ୍ରର ମୁକାବିଲା କରିବାକୁ ଶକ୍ତି ରହିଛି । ବିଜେପି ଆଗରେ ନା ଆମେ ମୁଣ୍ଡ ନୁଆଁଇବୁ ନା ବିକ୍ରି ହେବୁ । ଆଜି ଦିଲ୍ଲୀ ପାଇଁ ଯାହା କିଛି କରିଛୁ ତାହା କେବଳ ସଚ୍ଚୋଟତା ପାଇଁ । ଆଜି ବିଜେପି ଆମର ସଚ୍ଚୋଟତାକୁ ନେଇ ଡରୁଛି । ମୁଁ ଅର୍ଥରୁ କ୍ଷମତା ଏବଂ କ୍ଷମତାରୁ ଅର୍ଥ ଖେଳର ଅଂଶ ହେବାକୁ ଆସି ନ ଥିଲି । ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ଆଇନର ଅଦାଲତରେ ମୋତେ ନ୍ୟାୟ ମିଳିଛି । ଏବେ ଜନତାଙ୍କ ଅଦାଲତରେ ମୋତେ ନ୍ୟାୟ ମିଳିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ଯଦି ଦ୍ୱିତୀୟ ଥର ଚିଠି ଲେଖିବି ତେବେ ଜେଲରେ ପରିବାର ସହ ସାକ୍ଷାତ ବନ୍ଦ କରି ଦେବେ । ଆମର ବଡ ବଡ ଶତ୍ରୁ ଅଛନ୍ତି । ସତ୍ୟେନ୍ଦ୍ର ଜୈନ ଓ ଅମାନତୁଲ୍ଲା ଖାନ ମଧ୍ୟ ଶୀଘ୍ର ବାହାରକୁ ଆସିବେ । ଆମ ଲୋକଙ୍କ ଉପରେ ଭଗବାନ ଭୋଳାନାଥଙ୍କ ହାତ ରହିଛି । ତାଙ୍କ ଆଶୀର୍ବାଦ ଆମ ସହିତ ରହିଛି ।

Related Articles

Back to top button