ବଲାଙ୍ଗିରରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ

ବଲାଙ୍ଗିରରେ ଝାଡ଼ାବାନ୍ତି ଆତଙ୍କ । ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟମାନଙ୍କର ଚିକିତ୍ସା ଗାଁରେ ଜାରି ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ନେଇ ସୂଚନା ରହିଛି ।ସୂଚନା ଅନୁସାରେ, ମେଡିକାଲ ଟିମ୍ ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ ଲଗାଯାଇଛି । ଯେଉଁଥିରେ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥାଇ ପାରେ ବୋଲି ସନ୍ଦେଶ କରାଯାଉଛି, ଯେଉଁଥି ପାଇଁ ପାଣି ନମୂନା ସଂଗ୍ରହ କରାଯାଇଛି ଏବଂ ପରୀକ୍ଷା ପାଇଁ ପଠାଯାଇଛି ।

Related Articles

Back to top button