ତିରୁପତି ମନ୍ଦିର ପ୍ରସାଦରେ ଆମିଷ‌ ମିଶିବା ଘଟଣା: FSSAI କରିବ ଯାଞ୍ଚ

ତିରୁପତି ମନ୍ଦିର ପ୍ରସାଦ ଭାବେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶୁଛି, ଏପରି ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଯାହା ପରେ ସାରା ଦେଶରେ ସରଗରମ ହୋଇଛି ରାଜନୀତି । ତେବେ ଲ୍ୟାବ ରିପୋର୍ଟ ଅନୁସାରେ, ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ଆଦି ମିଶୁଥିବା ନେଇ ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।ତିରୁପତି ପ୍ରସାଦ ବିବାଦକୁ ନେଇ ସେ କହିଛନ୍ତି, “ଆଜି ମୁଁ ନିଜେ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛି। ମୁଁ ତାଙ୍କଠାରୁ ରିପୋର୍ଟ ମାଗିଛି । ଆମେ ସେଗୁଡିକର ଅନୁସନ୍ଧାନ କରିବୁ। FSSAI ଏହାର ଯାଞ୍ଚ କରିବ। ଆମେ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ । ମୋଦି ସରକାରଙ୍କ 100 ଦିନ ପୂରଣ ହେବାପରେ ତାଙ୍କ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେବାବେଳେ ସେ ଏହି ବିବୃତ୍ତି ଦେଇଛନ୍ତି।

Related Articles

Back to top button