ରତ୍ନଭଣ୍ଡାରର ପ୍ରଥମ ଦିନର ଯାଞ୍ଚ କରିଲା ଏଏସଆଇ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ଯାଞ୍ଚ ସାରିଛି ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା। ଯାଞ୍ଚ ପାଇଁ ୩ ଦିନ ସମୟ ଧାର୍ଯ୍ୟ ହୋଇଥିଲାବେଳେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ। ଶନିବାର ସର୍ଭେ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ରବିବାର ପୁଣି ଥରେ ସର୍ବେକ୍ଷଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି, ଶନିବାର ୩ଘଣ୍ଟା ୫୦ ମିନିଟ ପର୍ଯ୍ୟନ୍ତ ସର୍ବେକ୍ଷଣ କାର୍ଯ୍ୟ ହୋଇଛି। ନିର୍ଦ୍ଧାରିତ ୩ ଦିନ ମଧ୍ୟରେ ଯାଞ୍ଚ ଶେଷ ହେବ ବୋଲି ଆଶା ରହିଛି। ସର୍ବେକ୍ଷଣ ସମ୍ପର୍କରେ ମୁଖ୍ୟ ବୈଜ୍ଞାନିକ ଆନନ୍ଦ ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଦ୍ଵାରା ସର୍ବେକ୍ଷଣ ଚାଲିଛି। ସର୍ଭେ ତଥ୍ୟ ପ୍ରକ୍ରିୟାକରଣ ପାଇଁ ୧୦ ଦିନ ଲାଗିବ।ତେବେ ପ୍ରଥମ ଦିନରେ ପେନିଟ୍ରେଟିଂ ରାଡାର ସର୍ଭେ କରାଯାଇଛି। ଆସନ୍ତାକାଲି ଚଟାଣ ଯାଞ୍ଚ ହେବ। ଯାଞ୍ଚ ପାର୍ଇ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି।

Related Articles

Back to top button