ଏୟାର ମାର୍ସଲ୍ ଅମର ପ୍ରୀତ ସିଂହ ପରବର୍ତ୍ତୀ ବାୟୁ ସେନା ମୁଖ୍ୟ ଭାବେ ନିଯୁକ୍ତ

ଭାରତୀୟ ବାୟୁ ସେନାକୁ ପରବର୍ତ୍ତୀ ମୁଖ୍ୟ ମିଳିଛି । ଏୟାର ମାର୍ସଲ୍ ଅମର ପ୍ରୀତ ସିଂହଙ୍କୁ ପରବର୍ତ୍ତୀ ବାୟୁ ସେନା ମୁଖ୍ୟଭାବେ ନିଯୁକ୍ତି ଦିଆଯାଇଛି । ଶନିବାର ଅମର ପ୍ରୀତ ସିଂହଙ୍କ ନାମକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ବାୟୁ ସେନା ମୁଖ୍ୟ ଭି.ଆର. ଚୌଧୁରୀ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କଠାରୁ ଅମର ପ୍ରୀତ ସିଂହ ଏହି ଦାୟିତ୍ୱ ଗ୍ରହଣ କରିବେ । ଗତ ବର୍ଷ ଫେବୃଆରୀରେ ସେ କମାଣ୍ଡ ଏବଂ ଷ୍ଟାଫ୍ ନିଯୁକ୍ତିରେ ଉପ ମୁଖ୍ୟଭାବେ ଦାୟିତ୍ୱ ନେଇଥିଲେ । ଏୟାର ମାର୍ସଲ ଅମର ପ୍ରୀତ ୧୯୮୪ ଡିସେମ୍ବରରେ ବାୟୁ ସେନାରେ ଭର୍ତ୍ତି ହୋଇଥିଲେ । ସେ ବାୟୁ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି । ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା।

Related Articles

Back to top button