ସୁବର୍ଣ୍ଣରେଖା ବନ୍ୟାଜଳ ଯୋଗୁଁ ଏବେ ବି ପାଣି ଘେରରେ ୫୦ରୁ ଅଧିକ ଗାଁ

ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ କମିଥିଲେ ହେଁ ପାଣି ଘେରରେ ଏବେ ବି ବାଲେଶ୍ବର ଜିଲ୍ଲା ଭୋଗରାଇର ୫୦ରୁ ଅଧିକ ଗାଁ ରହିଛି। ବନ୍ୟା ବିପନ୍ନଙ୍କ ପାଖକୁ ଶୁଖିଲା ଖାଦ୍ୟ ପହଞ୍ଚିଥିବା ବେଳେ ରନ୍ଧା ଖାଦ୍ୟ ପହଞ୍ଚିନି । ତଳିଆ ଅଞ୍ଚଳରେ ଏବେ ବି ରାସ୍ତା ଉପରେ ୪ ଫୁଟର ପାଣି ବହୁଛି।ବନ୍ୟା ଛାଡିଥିଲେ ହେଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିଯାଇଛି। କାହାର ଘର ଭାଙ୍ଗି ଛି ତ ଆଉ କାହାର ଚାଷ ଉଜାଡିଛି। ସୁବର୍ଣ୍ଣରେଖାର ବନ୍ୟା ଫଳରେ ବାଲେଶ୍ଵର ଜିଲ୍ଲାର ୫ଟି ବ୍ଲକର ୧୪୧ଟି ଗାଁ ପ୍ରଭାବିତ ହୋଇଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଜଳେଶ୍ଵର ବ୍ଲକର ୮ଟି ପଞ୍ଚାୟତ, ବସ୍ତା ବ୍ଳକର ୪ଟି ପଞ୍ଚାୟତ ,ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ଏବେ ବି ୩ରୁ ୪ ଫୁଟ ଉଚ୍ଚତାରେ ପାଣି ରହିଛି। ଫଳରେ ଫସଲ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ। ଚାଷ ଉଜୁଡିଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି।

Related Articles

Back to top button