ଚାଇଲଡ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଓ ଡାଇନଲୋଡ୍ କରିବା ଅପରାଧ :ସର୍ବୋଚ୍ଚଅଦାଲତ

ଚାଇଲଡ ପର୍ଣ୍ଣୋଗ୍ରାଫି ତଥା ଶିଶୁ ଅଶ୍ଳୀଳତା ନେଇ ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ। ପୋକସୋ ଅଧୀନରେ ଚାଇଲଡ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଓ ଡାଇନଲୋଡ୍ କରିବା ଅପରାଧ ବୋଲି ଆଜି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚଅଦାଲତ। ଏପରି ଏକ ମାମଲାରେ ମାଡ୍ରାସ ଉଚ୍ଚନ୍ୟାଳୟଙ୍କ ରାୟକୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।ତାମିଲନାଡୁରେ ଜଣେ ୨୮ ବର୍ଷର ଯୁବକ ଚାଇଲଡ ପର୍ନ ଭିଡିଓ ଡାଉନଲୋଡ୍ କରିବା ଅପରାଧ ନୁହେଁ ବୋଲି ରାୟ ଦେବା ସହ ତାଙ୍କ ବିରୋଧରେ ମାମଲାକୁ ଖାରଜ କରିଥିଲେ ମାଡ୍ରାସ ଉଚ୍ଚନ୍ୟାଳୟ।କିନ୍ତୁ ଏହାକୁ ଭୁଲ ବୋଲି କହି,ସେହି ଯୁବକଙ୍କ ବିରୋଧରେ ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚଅଦାଲତ।

Related Articles

Back to top button