ଲଘୁଚାପ ପ୍ରଭାବରେ ପାଞ୍ଚ ଦିନ ଯାଏଁ ବର୍ଷାର ସମ୍ଭାବନା

ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ପାଞ୍ଚ ଦିନ ଯାଏଁ ବର୍ଷାର ସମ୍ଭାବନା ରହିଛି । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଜି ୟେଲୋ ୱାର୍ଣ୍ଣି ଜାରି କରିଛି । ଏହା ସହିତ ଏ ସବୁ ଜିଲ୍ଲା ଗୁଡିକରେ ୭ରୁ ୧୧ ଯାଏଁ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ଆସନ୍ତାକାଲି ପାଇଁ ୮ ଜିଲ୍ଲା, ୨୫ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମୟୂରଭଂଜରେ ସର୍ବାଧିକ ୫୬ ମିମି ବର୍ଷା ରେକର୍ଡ ହୋଇଛି ।ସୂଚନା ଅନୁଯାୟୀ, ପୁରା ବନ୍ୟା ଛାଡିବା ମାତ୍ରେ ସରକାରୀ ରିଲିଫ କୋର୍ଡ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ସୁବର୍ଣ୍ଣରେଖା ନଦୀରେ ବନ୍ୟା କିଛି ନୂଆ ନୂହେଁ, କିନ୍ତୁ ଏବର୍ଷ ଏକାସଙ୍ଗେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଯେଉଁଭଳି ବନ୍ୟା ଆସିଲା, ତାହା ଉତ୍ତର ବାଲେଶ୍ୱରର ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲୋକଙ୍କ ଧନଜୀବନ ନଷ୍ଟ କରିଛି, କଷ୍ଟ ଅର୍ଜିତ ଚାଷ ବି ଉଜୁଡି ଯାଇଛି ।

Related Articles

Back to top button