ଭାରତ ସହ କାମ କରିବାକୁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି

ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ବିଜେତା ଅନୁରା କୁମାର ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆଞ୍ଚଳିକ ସହଯୋଗ ବୃଦ୍ଧି ଦିଗରେ ଆମେ କାର୍ଯ୍ୟ କରିବୁ ବୋଲି ଦିଶାନାୟକେ କହିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରା ଦିସାନାୟକଙ୍କୁ ନିର୍ବାଚନ ଜିତିବା ପାଇଁ ଅଭିନନ୍ଦନ ଜଣାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରିଥିବାରୁ ଅନୁରା ଦିସାନାୟକେଙ୍କୁ ଅଭିନନ୍ଦନ ବୋଲି କହିଥିଲେ। ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ସାଗରରେ ଶ୍ରୀଲଙ୍କା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆମର ଜନସାଧାରଣ ଏବଂ ସମଗ୍ର ଅଞ୍ଚଳର ହିତ ପାଇଁ ଆମର ବହୁମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଆଗ୍ରହୀ। ଅନୁରା କୁମାର ଦିସାନାୟକେ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ, ଆପଣଙ୍କ ଦୟାଳୁ ଶବ୍ଦ ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଆମ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆପଣଙ୍କ ପ୍ରତିବଦ୍ଧତା ସହ ମୁଁ ସହମତ। ଆମେ ସମସ୍ତେ ମିଳିମିଶି ଆମର ଜନସାଧାରଣ ଏବଂ ସମଗ୍ର ଅଞ୍ଚଳର କଲ୍ୟାଣ ପାଇଁ ସହଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିପାରିବା।

Related Articles

Back to top button