ମୂଳାଷ୍ଟମୀ ଅବସରରେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ଆରମ୍ଭ

ଶ୍ରୀକ୍ଷେତ୍ରରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି । ଏହା ସହିତ ଆଜି ମୂଳାଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଆବାହନ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ୨୧ ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ସେପଟେ ଶାରଦୀୟ ପୁଜା ଅବସରରେ ସର୍ବତ୍ର ମା ଦୁର୍ଗାଙ୍କ ପୁଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୁଜାର୍ଚ୍ଚନା କରାଯାଇଛି ।ଶ୍ରୀମନ୍ଦିରରେ କ୍ଷେତ୍ରାଧୀଶ୍ୱରୀ ଦେବୀ ବିମଳାଙ୍କର ସହସ୍ରାକୁମ୍ଭାଭିଷେକ ସମ୍ପନ୍ନ ହେବା ସହିତ ଦେବ୍ୟୁତଥାପନ ନୀତି ଶେଷ ହୋଇଛି । ଏଥିପାଇଁ ଶ୍ରୀନଅର ଭିତରେ ଗଜପତି ମହାରାଜଙ୍କ ଅନୁପସ୍ଥିତରେ ରାଜଗୁରୁ ୨୧ ଜଣ ବ୍ରାହ୍ଣଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ଭୌରବ ଶ୍ରୀଜଗନ୍ନାଥଙ୍କ ସହ ଭୌରବୀ ଶକ୍ତି ମା ବିମଳା ହେଉଛନ୍ତି ବଡଠାକୁର ବଳଭଦ୍ରଙ୍କ ପତ୍ନୀ ।

ଏହି ଶାରଦୀୟ ପୁଜା ପାଇଁ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠରେ ଶାରଦୀୟ ପୁଜା କରିବା ପାଇଁ ଶ୍ରୀନଅରକୁ ବ୍ରାହ୍ଣଣମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀନଅରରେ ଗଜପତି ମହାରାଜ ଶ୍ରୋତ୍ରୀୟ ବ୍ରାହ୍ଣଣମାନଙ୍କୁ ଆଚାର୍ଯ୍ୟପଦରେ ବରଣ କରିଥିଲେ । ଉତ୍ସବ ଉପଲକ୍ଷେ ରାଜଗୁରୁ ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତମାନଙ୍କୁ ଗଜପତିଙ୍କ ହାତଛୁଆଁ ନଡିଆ ଓ ବସ୍ତ୍ର ପ୍ରଦାନ କରି ପୁଜା ପାଇଁ ବରଣ କରାଯାଇଛି । ଶ୍ରୀମନ୍ଦିରରେ ଥିବା ମା ବିମଳାଙ୍କ ପୁଜା ପାଇଁ ପ୍ରଥମ ବ୍ରାହ୍ଣଣଙ୍କୁ ପରମ୍ପରା ମୁତାବକ ରାଜଗୁରୁ ଓ ରାଜପୁରୋହିତ ମନ୍ତ୍ରପାଠ ଦ୍ବାରା ବରଣ କରିଥିଲେ । ଏହାପରେ ଦକ୍ଷିଣକାଳୀ , ଶ୍ୟାମାକାଳୀ , ରାମଚଣ୍ଡୀ , ହରଚଣ୍ଡୀ, ଆଲାମଚଣ୍ଡୀ ଆଦି ପୀଠମାନଙ୍କର ବ୍ରାହ୍ଣଣମାନଙ୍କୁ ଆଚାର୍ଯ୍ୟବରଣ କରାଯାଇଥିଲା । ଆଜିଠାରୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ ଆରମ୍ଭ ହୋଇଛି। ସେପଟେ ଷୋଳପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପିଠରେ କଟକଣା କରାଯାଇଥାଏ। ସାଧାରଣତଃ ମହିଳା ମାନଙ୍କୁ ମନ୍ଦିରକୁ ଛଡାଯାଏ ନାହିଁ।

Related Articles

Back to top button