ଓଡ଼ିଶାରେ ତିଆରି ହେବ ଜାହାଜ ।

ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରିବ ଜାହାଜ ତିଆରି କାରଖାନା । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪ ହଜାର ୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ କରାଯାଇଛି ମଞ୍ଜୁରି ପ୍ରଦାନ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ କରାଯିବ ସ୍ଥାପନ ।

Related Articles

Back to top button