କ୍ରିକେଟ୍‌ରୁ ଅବସର ନେବେ ଶାକିବ ଅଲ ହାସନ

ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। କାନପୁରର ଗ୍ରୀନ ପାର୍କରେ ମୁହାଁମୁହିଁ ହେବେ  ଉଭୟ ଦଳ, କିନ୍ତୁ ଏହାପୂର୍ବରୁ  ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ। ତେବେ  ଭାରତ ବିପକ୍ଷ କାନପୁର ଟେଷ୍ଟ ଖେଳିବେ ଶାକିବ । ଶାକିବ ଅଲ ହାସନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ଭାରତ ବିପକ୍ଷରେ କାନପୁର ଟେଷ୍ଟରେ ହେବେ ଉପଲବ୍ଧ , ଅର୍ଥାତ୍‌ ସେ  ଖେଳିବେ କାନପୁର ଟେଷ୍ଟ। ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ଟେଷ୍ଟ ପରେ କ୍ରିକେଟ୍‌ରୁ ଅବସର ନେବେ ବୋଲି କହିଛନ୍ତି ଶାକିବ ଅଲ ହାସନ।

Related Articles

Back to top button