ୟୁକ୍ରେନକୁ ସମର୍ଥନ କଲେ ଆଣବିକ ଅସ୍ତ୍ରରେ ଦିଆଯିବ ଜବାବ : ପୁଟିନ।

ପାଶ୍ଚାତ୍ଯ ରାଷ୍ଟ୍ରଙ୍କୁ ପୁଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି। ଯଦି ରୁଷିଆ ଉପରେ ଆକ୍ରମଣ ଲାଗି କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ଏବଂ ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଆକ୍ରମଣ କରାଯାଏ ତେବେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ ବୋଲି ଧମକ ଦେଇଛନ୍ତି ପୁଟିନ। ରୁଷିଆ ଉପରକୁ ପାଶ୍ଚାତ୍ଯ ରାଷ୍ଟ୍ର ନିର୍ମିତ କନଭେନସନାଲ ମିସାଇଲ ପ୍ରୟୋଗ କରିବାକୁ ଯଦି ଆମେରିକା ଓ ବ୍ରିଟେନ ଅନୁମତି ଦିଅନ୍ତି ତେବେ ରୁଷିଆ ନିଜର ଆଣବିକ ନୀତିରେ କରିବ ପରିବର୍ତ୍ତନ ।ରୁଷିଆ ନିରାପତ୍ତା ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପୁଟିନ। ଏପରିକି ନିଜର ସହଯୋଗୀ ରାଷ୍ଟ୍ର ବେଲାରୁଷ ଉପରେ ବି ଯଦି ଆକ୍ରମଣ ହେବ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ରୁଷିଆ।

Related Articles

Back to top button