ଜାପାନକୁ ପଛରେ ପକାଇଲା ଭାରତ, ହାସଲ କଲା ତୃତୀୟ ସ୍ଥାନ

ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଜାପାନକୁ ପଛରେ ପକାଇ ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମିଳିଛି ସୂଚନା ।ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ଆସିଛି ସୁଧାର। ଏସୀୟ ପ୍ରଶାନ୍ତ ମହାସାଗରୀୟର ୨୭ଟି ଦେଶର ସ୍ଥିତିକୁ ନେଇ ୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର କରୁଛି ମୂଲ୍ୟାଙ୍କନ। ୨୦୨୪ର ଏହି ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ମିଳିଛି ୩୮.୯ ପଏଣ୍ଟ ।ସେହିପରି ଆମେରିକା ୮୧.୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚାଇନା ।

Related Articles

Back to top button