ସଙ୍ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ କଲେ କଣ୍ଠଶିଳ୍ପୀ

କଣ୍ଠଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସଙ୍ଗୀତ ଚୋରି ନେଇ ପ୍ରଯୋଜନ ସଂସ୍ଥା ନାଁରେ ଅଭିଯୋଗ କରିଛନ୍ତି। ସାଇ ସାଗର କ୍ରିଏସନ୍‌‌ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ପମି। କଣ୍ଠଶିଳ୍ପୀ ପମି କହିଛନ୍ତି ପ୍ରତିଭା ଦାସଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ସେ ଗାଇଥିବା ଗୀତକୁ ସାଇ ସାଗର କ୍ରିଏସନ୍‌‌ରେ ଅପଲୋଡ କରାଯାଇଛି। ସେ ଗାଇଥିବା ଗୀତ ‘ବୋଉ ଲୋ ବୋଉ’କୁ ପ୍ରତିଭା ଦାସ ତାଙ୍କ ନାମ ଦେଇ ଅପଲୋଡ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ପ୍ରଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ମଧ୍ୟ ତାଙ୍କ ଦୁଇଟି ଗୀତ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

Related Articles

Back to top button