ଯୁଦ୍ଧବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ

ବିଫଳ ହୋଇଛି ଇସ୍ରାଏଲ୍‌-ଲେବାନନ୍‌ ମଧ୍ୟରେ ଯୁଦ୍ଧ ରୋକିବାକୁ ଚାହୁଁଥିବା ଆମେରିକା ଓ ଫ୍ରାନ୍ସର ସବୁ ଉଦ୍ୟମ । ଯୁଦ୍ଧବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ । ଏହାଛଡ଼ା ଲେବାନନ୍‌ରେ ଥିବା ହିଜବୁଲ୍ଲା ସଂଗଠନ ଉପରେ ପ୍ରଚଣ୍ଡ ପ୍ରହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ । ହିଜ୍‌ବୁଲ୍ଲାକୁ ସମ୍ପୂର୍ଣ୍ଣ ନିପାତ ନକରିବା ଯାଏ ସଙ୍ଘର୍ଷ ଜାରି ରହିବ। ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଣିକି ସମସ୍ତ ବଳ ଖଟାଇ ସେନା ଲେବାନନ୍‌ରେ ଯୁଦ୍ଧ ଜାରି ରଖିବ। ଗାଜାରେ ଯେପରି ଇସ୍ରାଏଲୀ ସେନା ପଶି ଧ୍ୱଂସଲୀଳା ରଚିଥିଲେ, ଠିକ୍ ସେହିପରି ଲେବାନନ୍‌ରେ ମଧ୍ଯ ଯୁଦ୍ଧ ଦେଖିବାକୁ ମିଳିବ ।

Related Articles

Back to top button