କେରଳରେ ସାମ୍ନାକୁ ଆସିଲା Mpoxର ଦ୍ୱିତୀୟ ମାମଲା : ସଜାଗ ହେଲା ସ୍ୱାସ୍ଥ୍ୟ ବିଭାଗ

ଭାରତର ଦକ୍ଷିଣ ରାଜ୍ୟ କେରଳରେ ଏମପକ୍ସ ବ୍ୟାପିବା ଆରମ୍ଭ କରିଛି । ୨୭ ସେପ୍ଟେମ୍ବର ଶୁକ୍ରବାର ଦିନ ଏରନାକୁଲମରେ ୟୁଏଇରୁ ଫେରିଥିବା ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏମପକ୍ସ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।ସହରର ଏକ ଘରୋଇ ଡାକ୍ତରଖାନାରେ ଏହି ରୋଗୀ ଚିକିତ୍ସିତ ହେଉଛନ୍ତି । ତାଙ୍କର ନମୁନା ଆଲାପୁଜାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ପରୀକ୍ଷା କରାଯାଇଥିଲା । ଜେନୋମିକ୍ ସିକ୍ୱେଂସିଂ ପାଇଁ ନମୁନାଗୁଡିକ ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି ନିକଟକୁ ପଠାଯାଇଛି ।ସୂଚନାଯୋଗ୍ୟ ଯେ କେରଳରେ ଏମପକ୍ସର ଦ୍ୱିତୀୟ ମାମଲା ଏବଂ ଦେଶରେ ଚଳିତ ବର୍ଷର ତୃତୀୟ ମାମଲା । ଏମପକ୍ସର ବିପଦ ଯୋଗୁଁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ସୂଚନାନୁସାରେ, ବିଶ୍ୱର ଅନେକ ଦେଶର ଲୋକମାନେ ଏମପକ୍ସର ଶିକାର ହେଉଛନ୍ତି ।

Related Articles

Back to top button