ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟି ଅଧ୍ୟକ୍ଷ

ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟିର ମୁଖ୍ୟ ଥିବା ବେଳେ କଂଗ୍ରେସର ଶଶି ଥରୁର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ କରାଯାଇଛି। ବିଜେପିର ରାଜ୍ୟସଭା ସାଂସଦ ରାଧା ମୋହନ ଦାସ ଅଗ୍ରୱାଲ ଗୃହ ବ୍ୟାପାର ସ୍ଥାୟୀ କମିଟିର ନେତୃତ୍ୱ ନେବେ ।ଏନସିପି ସାଂସଦ ସୁନୀଲ ତଟକରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟିର ଅଧ୍ୟକ୍ଷ ଏବଂ ଶିବସେନାର ଶ୍ରୀରଙ୍ଗ ଆପ୍ପା ବାର୍ନେ ଶକ୍ତି କମିଟିର ଅଧ୍ୟକ୍ଷ ହେବେ। କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନିଙ୍କୁ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଅଧ୍ୟକ୍ଷ ଏବଂ କଂଗ୍ରେସର ସପ୍ତଗିରି ଉଲାକାଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟିର ଅଧ୍ୟକ୍ଷ କରାଯାଇଛି। ଜନତା ଦଳ (ୟୁ)ର ସଞ୍ଜୟ ଝା ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି କମିଟିର ଅଧ୍ୟକ୍ଷ ଏବଂ ଟିଡିପିର ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡି ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର କମିଟିର ଅଧ୍ୟକ୍ଷ ହେବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁର କୋଇଲା, ଖଣି ଓ ଇସ୍ପାତ କମିଟିର ଅଧ୍ୟକ୍ଷ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡିଙ୍କୁ ଜଳସମ୍ପଦ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବିଜେପିର ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା କମିଟିର ଅଧ୍ୟକ୍ଷ କରାଯାଇଛି। ଡିଏମକେର ତିରୁଚି ଶିବା ଶିଳ୍ପ କମିଟିର ଅଧ୍ୟକ୍ଷ ଏବଂ ସାଂସଦ କାନିମୋଇ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟିର ଅଧ୍ୟକ୍ଷ ହେବେ। ବିଜେପି ସାଂସଦ ସିଏମ୍ ରମେଶ ରେଳବାଇ କମିଟିର ମୁଖ୍ୟ ଏବଂ ଟିଏମସି ସାଂସଦ କୀର୍ତ୍ତି ଆଜାଦ ରାସାୟନିକ ଏବଂ ସାର କମିଟିର ମୁଖ୍ୟ ହେବେ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ କମିଟିର ନେତୃତ୍ୱ ନେବେ ବିଜେପିର ଭୁବନେଶ୍ୱର କଳିତା। ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ଅଧ୍ୟକ୍ଷ ହେବେ। ବିଜେପିର ବ୍ରଜ ଲାଲ କର୍ମଚାରୀ, ଜନଅଭିଯୋଗ, ଆଇନ ଓ ନ୍ୟାୟ ସଂକ୍ରାନ୍ତ କମିଟିର ନେତୃତ୍ୱ ନେବେ। କଂଗ୍ରେସ ସାଂସଦ ଦିଗବିଜୟ ସିଂହ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟିର ଅଧ୍ୟକ୍ଷ ଏବଂ ଟିଏମସିର ଡୋଲା ସେନ୍ ବାଣିଜ୍ୟ କମିଟିର ଅଧ୍ୟକ୍ଷ ରହିବେ।

Related Articles

Back to top button