ପୁନର୍ବାର ବାଇଶିପାହାଚରେ ହେବ ଦଉଡି ବ୍ୟାରିକେଡ

ପୁନର୍ବାର ବାଇଶିପାହାଚରେ ଦଉଡି ବେରିକେଡ ହେବା ନେଇ ଆସିଛି ପ୍ରସ୍ତାବ। ଏହାର କାର୍ଯ୍ଯକାରିତା ଉପରେ ଏବେବି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକରେ  କରାଯାଇଛି ଆଲୋଚନା। ଏହା ଉପରେ ଚାଲିଛି ତର୍ଜମା।  ତେବେ ନୂଆ ସରକାର ଆସିବା ପରେ କିଛି ନୂଆ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱର ଖୋଲିବା ପରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପସ୍ତାନ ପୂର୍ବପରି ସ୍ବଭାବିକ ହୋଇଛି। ସର୍ବାଧିକ ଶ୍ରଦ୍ଧାଳୁ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରଦେଶ ଓ ପରେ ଏହି ବାଟରେ ପ୍ରସ୍ଥାନ କରୁଥିବାରୁ ପୂର୍ବପରି ବାଇଶି ପାହାଚରେ ରୋପ୍ ୱେ ଅର୍ଥାତ ରୋପ୍ ବେରିକେଡ କରାଯିବ । ପରିକ୍ରମା ମାର୍ଗ ଭିତରେ ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ଶିବିର କରା‌ଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଡେପୁଟି କମାଣ୍ଡାଣ୍ଟଙ୍କ ପରାମର୍ଶକ୍ରମେ ଓବିସିସି ଏହି ସ୍ଥାନ ଚିହ୍ନଟ କରି ରାସ୍ତା ଓ କୋଠା ନିର୍ମାଣ ବିଭାଗ ଯୋଗାଇଦେବ। ପ୍ରତି ଦ୍ଵାର ଆଗରେ ୧୦୦ ଶ୍ରଦ୍ଧାଳୁ ବସିବା ଭଳି ହେବ ସ୍ୱତନ୍ତ୍ର ଶିବିର। ଭିଡ଼ ନିୟନ୍ତ୍ରଣ ଲାଗି ଫୁଟ୍ ଫଲ୍ କାଉଣ୍ଟିଂ ସିଷ୍ଟମ ହେବ। ଦଉଡ଼ି ବ୍ୟାରିକେତ ବ୍ୟବସ୍ଥା କରିବାକୁ ପ୍ରଶାସନ ନିଷ୍ପତି ନେଇଛି । କିଛିଦିନ ତଳେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠୋସ୍ ପଦକ୍ଷେପ ନିଆଯାଇନାହିଁ । ସେବାୟତଙ୍କ ସହ ଆଲୋଚନା କରି ଏହି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର କମାଣ୍ଡଙ୍କୁ ଦାୟିତ୍ବ ଦିଅଯାଇଛି।

ସ୍ଥାନରେ ଅସ୍ଥାୟୀ ଶିବିର ନିର୍ମାଣ କରାଯିବ । ସେହିପରି ଶ୍ରୀମନ୍ଦିର ୪ ଦ୍ୱାର ନିକଟରେ ଥିବା ଦାଣ୍ଡକୁ ପରିବର୍ଦ୍ଧିତ କରାଯିବ। ଲଗେଜ୍ ରଖିବା ନିମନ୍ତେ କ୍ଲକ ରୁମ୍ ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର ଭାବେ କରାଯିବ। ପରିକ୍ରମା ମାର୍ଗରେ ଏହି ସ୍ଥାନ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବ। ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ସିସିଟିଭି ଲଗାଯିବ । ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏଥିରେ ଯଥେଷ୍ଟ ବ୍ୟାକ୍ ଅପ୍ ବ୍ୟବସ୍ଥା କରାଯିବ। ସେହିପରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣତି କରି ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫୁଟଫଲ ସିଷ୍ଟମ ଶ୍ରୀମନ୍ଦିର ଭିତରେ କରିବାକୁ ନିସ୍ପତ୍ତି ହୋଇଛି। ଏହାଛଡ଼ା ବଡ଼ଦାଣ୍ଡ, ଶ୍ରୀଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଉଠା ଦୋକାନୀ ମୁକ୍ତ ରଖିବା ନିମନ୍ତେ ପୁରୀ ପୌରସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Related Articles

Back to top button