ପିଆଜର ଦରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶା ସମେତ ଭାରତରେ ପିଆଜର ଦର ବୃଦ୍ଧି ଜାରି ରହିଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତିି। ଖୁବ୍‌ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ । ଯେହେତୁ ଆମ ରାଜ୍ୟ ଆଳୁ ଓ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ , ସେଥିପାଇଁ ସ୍ଥିତିକୁ ସଜାଡିବାକୁ ଟିକିଏ ସମୟ ଲାଗିବ । ଓଡ଼ିଶାରେ ବର୍ତ୍ତମାନ ଶୀତଳଭଣ୍ଡାର ନାହିଁ । ରାଜ୍ୟର ୫୮ଟି ସବ୍ ଡିଭିଜନ୍‌ରେ କୋଲ୍ଡ ଷ୍ଟୋର ନିର୍ମାଣ କରାଯିବ । ଯାହା ଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବା ପାଇଁ ସହାୟ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Related Articles

Back to top button