ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ବାତିଲ ହେଲା ଖେଳ

ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ପଡ଼ି ପାରି ନାହିଁ ଗୋଟିଏ ବି ବଲ। ବିନା ଖେଳରେ ତୃତୀୟ ଦିନକୁ କରି ଦିଆଯାଇଛି ବାତିଲ। ଦ୍ୱିତୀୟ ଦିନରେ ବର୍ଷା ଯୋଗୁ ସମ୍ଭବପର ହୋଇନଥିଲା ଖେଳ। କିନ୍ତୁ ଆଜି ଟୋପାଏ ବି ବର୍ଷା ହୋଇ ନାହିଁ। ତଥାପି ଓଦା ପଡିଆ ଯୋଗୁ ତୃତୀୟ ଦିନର ଖେଳ ହୋଇପାରି ନାହିଁ ସମ୍ଭବ। ପ୍ରଥମ ଦିନ ମଧ୍ୟ ବର୍ଷା ହେବାରୁ କେବଳ ଖେଳା ଯାଇଥିଲା ୩୫ ଓଭର । ୩ ୱିକେଟ ହରାଇ ୧୦୭ ରନ କରିଥିଲା ବାଂଲାଦେଶ । ଆଜି ଯଦି ବର୍ଷା ଆଉ ନ ହେବ, ତା’ହେଲେ କାଲି ଠାରୁ ବ୍ୟାଟିଂ କରିବ ବାଂଲାଦେଶ । କିନ୍ତୁ ଟେଷ୍ଟ ମ୍ୟାଚ୍‌ କେବଳ ଦୁଇ ଦିନ ବାକି ଥିବାରୁ ଏହା ଡ୍ର ହେବାର ରହିଛି ଯଥେଷ୍ଟ ସମ୍ଭାବନା ।

Related Articles

Back to top button