ଭଦ୍ରକରେ ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ।

ଭଦ୍ରକରେ ବିବାଦୀୟ ପୋଷ୍ଟକୁ ନେଇ ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ। ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏ ନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି। ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଡିଆଜି ସତ୍ୟଜିତ୍ ନାୟକଙ୍କ ସହ ଭଦ୍ରକ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି। ଭଦ୍ରକ ଏସପି, ଜିଲ୍ଲାପାଳ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ରାତି ପର୍ଯ୍ୟନ୍ତ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ପାଇଁ ସ୍ଥିର ହୋଇଛି। ଜିଲ୍ଲାରେ ଏବେବି ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି।

ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି। ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ତେବେ ଅଶାନ୍ତି କରିବା ସହ ପୁଲିସକୁ ଆକ୍ରମଣ କରିବା ଏବଂ ମାଜିଷ୍ଟ୍ରେଟଙ୍କ ଗାଡି ଭାଙ୍ଗିବା ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରାଯାଇଛି।ଧାମନଗରରେ ଆଉ ୨ ପ୍ଲାଟୁନ୍‌ ଫୋର୍ସ ବଢ଼ାଇ ଦିଆଯାଇଛି ବୋଲି ଡିଆଇଜି କହିଛନ୍ତି। ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ରାସ୍ତାରେ ଯାଉଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଅଟକାଇ ପୋଲିସ ପଚରାଉଚରା କରୁଛି।

Related Articles

Back to top button