ପୁଣି ଭିଜାଇବ ଆଉ ଏକ ଲଘୁଚାପ

ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷାରେ ପାର୍ବଣ ଭିଜିବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ଅକ୍ଟୋବର ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି । ଅକ୍ଟୋବର ମାସରେ ପାର୍ବଣ ଋତୁଥିବାରୁ ବର୍ଷାରେ ପାର୍ବଣ ଭିଜିବାର ସମ୍ଭାବନା ରହିଛି । ରାଜ୍ୟରେ ଗତକିଛି ଦିନ ହେବ ବର୍ଷା ଲାଗିରହିଛି । ବର୍ଷା ପାଇଁ ଲୋକମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟବାସୀଙ୍କୁ ବର୍ଷରୁ ଟିକେ ନିସ୍ତାର ନ ମିଳୁନୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Related Articles

Back to top button