ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସହିତ ଈଶ୍ଵର ସବୁଠୁ ଊର୍ଦ୍ଧ୍ବରେ। ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।ବିଚାରପତି ବି.ଆର. ଗଭଇ କହିଥିଲେ, ଏସଆଇଟି ତଦନ୍ତ ସରିନାହିଁ। ଟିମ ତଦନ୍ତ ରିପୋର୍ଟ ଦେଇନାହିଁ। ତା’ ପୂର୍ବରୁ ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା। ଲଡୁରେ ଯେଉଁ ଘିଅ ବ୍ୟବହାର କରାଯାଉଥିଲା ସେଥିରେ ଚର୍ବି ଥିବା ଅଭିଯୋଗ ହୋଇଛି। ଏହି ଚର୍ବି ବା ଫ୍ୟାଟ୍‌ ସୋୟାବିନର ବି ହୋଇପାରେ। ଚର୍ବି ଅର୍ଥ ନୁହେଁ ଯେ କେବଳ ମାଛ ତେଲରୁ ଚର୍ବି ବାହାରିଥାଏ ଏବଂ ଚର୍ବି କେବଳ ପଶୁଙ୍କଠାରେ ରହିଥାଏ। ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଈଶ୍ଵରଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି ବିଚାରପତି କହିଥିଲେ।

Related Articles

Back to top button