ତିନି ଦିନ ପରେ ଭଦ୍ରକରେ କୋହଳ ହୋଇଛି କଟକଣା।

ତିନି ଦିନ ପରେ ଭଦ୍ରକରେ କଟକଣା କୋହଳ ହୋଇଛି । ଭଦ୍ରକର ଧାମନଗର ଓ ଦୋବଲ ଅଞ୍ଚଳରେ କଟକଣା କୋହଳ ହୋଇଛି। କଟକଣା ଅନୁଯାୟୀ ସକାଳ ୬ଟାରୁ ରାତି ୮ ଯାଏଁ ଖୋଲିବ ଦୋକାନ। ଏପିରିକି କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।ସୂଚନା ଯୋଗ୍ୟ ଭଦ୍ରକରେ ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ଅଶାନ୍ତି ଘଟଣାରେ ଆକ୍ସନକୁ ଆସିଛି ଜିଲ୍ଲା ପୋଲିସ ଓ ପ୍ରଶାସନ । ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି । ସ୍ଥିତିରେ ସୁଧାର ପାଇଁ ସବୁଠି ପାଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରାଯାଉଛି । ଅନ୍ୟପଟେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ୧୬୩ ଧାରା ଜାରି ଥିବା ବେଳେ ପୁଣି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ଉପରେ କଟକଣା ଜାରି ହୋଇଛି । ତେବେ ଧାମନଗରରେ କଟକଣା ସାମାନ୍ୟ କୋହଳ ହୋଇଛି ।

ଅନ୍ୟପଟେ ଭଦ୍ରକ ସହରର ସନ୍ଥିଆ ନିକଟରୁ ପୋଲିସ ଡିଆଇଜି ସତ୍ୟଜିତ ନାୟକ , ଭଦ୍ରକ ପୋଲିସ , ଭଦ୍ରକ ଏସପି , ଭଦ୍ରକ ଜିଲ୍ଲାପାଳ ମିଳିତ ଭାବେ ରାପିଡ ଆକ୍ସନ ଫୋର୍ସର ୧୨୧ ଯବାନଙ୍କୁ ନେଇ ଫ୍ଲାଗମାର୍ଚ୍ଚ ହୋଇଛି । ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ମଧ୍ୟ ସହରରେ ପାଟ୍ରୋଲିଂ କରୁଛି । ଡିଜିପି କହିଛିନ୍ତି ଯେ, ସ୍ଥିତି ଉପରେ ନଜର ରଖାଯାଇଛି ।

Related Articles

Back to top button