ସୋମବାର ନୂତନ ବାୟୁ ସେନା ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ୍ ଅମର ପ୍ରୀତ ସିଂହ

ଏୟାର ମାର୍ଶାଲ୍ ଅମର ପ୍ରୀତ ସିଂହ ସୋମବାର ନୂତନ ବାୟୁ ସେନା ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାୟୁ ସେନା ମୁଖ୍ୟ ବି ଆର ଚୌଧୁରୀ ଏପି ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୧୯୬୪ ମସିହା, ଅକ୍ଟୋବର ୨୭ରେ ଜନ୍ମ ଗ୍ରହଣ କରିଥିବା ଅମରପ୍ରୀତ ସିଂହ ୧୯୮୪ରେ ବାୟୁ ସେନାରେ ପାଇଲଟ୍ ଭାବରେ ଯୋଗ ଦେଇଥିଲେ । ୪୦ ବର୍ଷର ଚାକିର ଜୀବନ କାଳରେ ସେ ଅନେକ ଗୁରୁତ୍ୱ ପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୨୦୨୩, ଫେବୃଆରୀରେ ସେ କମାଣ୍ଡ ଏବଂ ଷ୍ଟାଫ୍ ନିଯୁକ୍ତିରେ ଉପ ମୁଖ୍ୟଭାବେ ଦାୟିତ୍ୱ ନେଇଥିଲେ । ଅମର ପ୍ରୀତଙ୍କୁ ୨୦୧୯ରେ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା । ଗତ ସେପ୍ଟେମ୍ବର ୨୧ରେ କେନ୍ଦ୍ର ସରକାର ଅମର ପ୍ରୀତ ସିଂହଙ୍କୁ ବାୟୁ ସେନା ମୁଖ୍ୟ ପଦବୀରେ ନିଯୁକ୍ତି ଦେଇଥିଲେ । ଆଜି ବି ଆର ଚୌଧୁରୀ ଏହି ପଦରୁ ଅବସରର ଗ୍ରହଣ କରିବା ପରେ ସେ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Related Articles

Back to top button