ନିଆଁ ଲାଗି ଯାଇ ୨୫ ଜଣ ଜୀବନ୍ତ ଦଗ୍ଧ

ବ୍ୟାଂକକରୁ ମଙ୍ଗଳବାର ଏକ ବଡ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ ଲାଗି ଯାଇ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକାରୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ସୂଚନା ମିଳିଛି । ବସ୍‌ରେ ପ୍ରାୟ ୪୪ ଜଣ ଯାତ୍ରା କରୁଥିଲେ ଓ ସମସ୍ତେ ମଧ୍ୟ ଉଥାଇ ବ୍ୟାଂକକ ସ୍କୁଲକୁ ଯିବା ପାଇଁ ବସ୍‌ରେ ଯାଉଥିଲେ । ସେହି ସମୟରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା ।

ରାସ୍ତାରେ ବସ୍‌ଟିରେ ନିଆଁ ଲାଗି ଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖାଯାଇଛି। ଉଦ୍ଧାରକାରୀ ଦଳଙ୍କ କହିବାନୁଯାୟୀ, ଟାୟାର ଫାଟିବା ପରେ ରାସ୍ତାରେ ଓଭରଟେକ୍‌ କରିବା ସମୟରେ ଧକ୍କା ହେବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Related Articles

Back to top button