ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି

ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ରାଷ୍ଟ୍ରପତି କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଅବସରରେ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ଜୀବନ ଆମ ଭିତରେ ପୁରା ମାନବତା ପାଇଁ ଅନୁପମ ବାର୍ତ୍ତା। ତାଙ୍କର ଶିକ୍ଷା ଆମକୁ ଶାନ୍ତି ଓ ସହଯୋଗ ରାସ୍ତାରେ ଚାଲିବାକୁ ପ୍ରେରଣା ଦେଉଛି। ଗାନ୍ଧିଜୀ ଅସ୍ପୃଶ୍ୟତା, ନିରକ୍ଷରତା ଓ ଅନ୍ୟ ସାମାଜିକ କୁସଂସ୍କାରର ମୂଲୋତ୍ପାଟନ ତଥା ମହିଳା ସଶକ୍ତୀକରଣ ପାଇଁ ନିରନ୍ତର ସଂଘର୍ଷ କରିଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗାନ୍ଧିଜୀ ଶାସ୍ବତ ମୂଲ୍ୟର ପ୍ରତୀକ ଥିଲେ ଏବଂ ନୈତିକତା ଉପରେ ଆଧାରିତ ଆଚରଣ ତାଙ୍କର ବାର୍ତ୍ତା ଥିଲା। ତାଙ୍କର ସଂଘର୍ଷ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଶକ୍ତି ଓ ସମ୍ବଳ ପ୍ରଦାନ ଉପରେ କେନ୍ଦ୍ରୀତ ଥିଲା। ସେହିପରି ରାଷ୍ଟ୍ରପତି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶାସ୍ତ୍ରୀ ଜୀ ସାରା ଜୀବନ ସରଳତା, ସଚ୍ଚୋଟତା ଓ ଦେଶପ୍ରେମର ସର୍ବୋଚ୍ଚ ଆଦର୍ଶ ଉପସ୍ଥାପନ କରିଥିଲେ। ତାଙ୍କ ଗତିଶୀଳ ନେତୃତ୍ୱରେ ଭାରତ ଅର୍ଥନୈତିକ, ରଣନୈତିକ ଏବଂ ଅନ୍ୟାନ୍ୟ ସଫଳତା ହାସଲ କରିଛି। ଆସନ୍ତୁ, ତାଙ୍କ ଜୀବନରୁ ପ୍ରେରଣା ନେଇ ଏକ ଶକ୍ତିଶାଳୀ ଭାରତ ଗଠନ ପାଇଁ ସଂକଳ୍ପ ନିଅନ୍ତୁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ଶ୍ରଦ୍ଧାଳୁ ବାପୁଙ୍କୁ ତାଙ୍କ ଜୟନ୍ତୀରେ ପ୍ରଣାମ କରୁଛୁ। ସତ୍ୟ, ସଦ୍ଭାବ ଓ ସମାନତା ଉପରେ ଆଧାରିତ ତାଙ୍କ ଜୀବନ ଓ ଆଦର୍ଶ ଦେଶବାସୀଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ। ସେହିପରି ଦେଶର ସୈନିକ, କୃଷକ ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

Related Articles

Back to top button