ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍‌ ଘୋଷଣା କରାଯାଇଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଇରାନ ମିସାଇଲ ମାଡ଼ କରିବାର ଦିନକ ପରେ ଇସ୍ରାଏଲ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି । ଇରାନ ମିସାଇଲ ଓ ରକେଟ ମାଡ଼ କରିବାରୁ ଇସ୍ରାଏଲ ନାଗରିକମାନେ ବମ୍ବ ସେଲଟରଗୁଡ଼ିକରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ଇସ୍ରାଏଲ ଉପରେ ଇରାନର ମିସାଇଲ ଆକ୍ରମଣ ପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ତାଙ୍କ ‘ଏକ୍ସ’ରେ ଲେଖିଥିଲେ ଯେ ମଧ୍ୟ ପ୍ରାଚ୍ୟରେ ବଢ଼ି ବଢ଼ି ଚାଲିଥିବା ସଂଘର୍ଷକୁ ସେ ନିନ୍ଦା କରୁଛନ୍ତି । ଏହା ବନ୍ଦ ହେବ ଆବଶ୍ୟକ। ଆମେ ସଂପୂର୍ଣ୍ଣ ଭାବେ ଅସ୍ତ୍ରବିରତି ଚାହୁଁ । କିନ୍ତୁ ସେ ଇରାନର ନାଁ ନେଇ ତା’ର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଇସ୍ରାଏଲ କ୍ଷୁବ୍ଧ ହୋଇଛି

Related Articles

Back to top button