କେନ୍ଦ୍ର ସରକାରଙ୍କ ପିଏମ୍ ଇଣ୍ଟର୍ନସିପ୍ ଯୋଜନା ଆଜିଠାରୁ ଆରମ୍ଭ

କେନ୍ଦ୍ର ସରକାରଙ୍କ ପିଏମ୍ ଇଣ୍ଟର୍ନସିପ୍ ଯୋଜନା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏକ ନୂତନ କେନ୍ଦ୍ରୀକୃତ ପୋର୍ଟାଲ ଆରମ୍ଭ କରିବାକୁ ପ୍ରସ୍ତୁତି କରାଯାଇଛି, ଯାହା ମାଧ୍ୟମରେ କମ୍ପାନୀଗୁଡ଼ିକୁ ଆବେଦନ କରିବାକୁ ଆମନ୍ତ୍ରଣ କରାଯିବ। ଅକ୍ଟୋବର ୧୨ରୁ ଏହି ପୋର୍ଟାଲରେ ଇଣ୍ଟର୍ଣ୍ଣମାନେ ଆବେଦନ କରିପାରିବେ। ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀ ମଧ୍ୟରେ ୧୦ ନିୟୁତ ଯୁବକଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ଦିଆଯିବ।ମାସକୁ ୫ ହଜାର ଟଙ୍କା ଇଣ୍ଟରନସିପ୍ ଭତ୍ତା ଓ ଏକକାଳୀନ ୬ ହଜାର ଟଙ୍କା ପ୍ରଦାନ କରାଯିବ। ରୋଜଗାର ସୁଯୋଗ ପାଇଁ ଆପଣଙ୍କୁ ୧୨ ମାସର ଅଭିଜ୍ଞତା ମିଳିବ। ପ୍ରଶିକ୍ଷଣ ଖର୍ଚ୍ଚ ଏବଂ ଇଣ୍ଟର୍ନସିପ୍ ଖର୍ଚ୍ଚର ୧୦% କମ୍ପାନିମାନେ ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପାଣ୍ଠିରୁ ବହନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସହ ଜଡ଼ିତ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ମିଶନ ଅମୃତ ଏବଂ ଅମୃତ ୨.୦ ଅନ୍ତର୍ଭୁକ୍ତ। ଏହା ଅଧୀନରେ ଦେଶର ଅନେକ ସହରରେ ଜଳ ଏବଂ ବର୍ଜ୍ୟ ବସ୍ତୁ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯିବ। ଅକ୍ଟୋବର ୨ତାରିଖରେ ସ୍ୱଚ୍ଛ ଭାରତ ମିଶନକୁ ୧୦ ବର୍ଷ ପୂରିଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ମିଶନର ଯାତ୍ରା କୋଟି କୋଟି ଦେଶବାସୀଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରତୀକ। ସ୍ୱଚ୍ଛ ଭାରତ ଅଭିଯାନକୁ ଏହି ଶତାବ୍ଦୀର ବିଶ୍ୱର ସର୍ବବୃହତ ଏବଂ ସଫଳ ଜନ ଆନ୍ଦୋଳନ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ପ୍ରୟାସ ‘ସ୍ୱଚ୍ଛତା ସେ ସମ୍ମାନ’ର ମନ୍ତ୍ରକୁ ସୁଦୃଢ଼ କରିବ। ଗତ ୧୦ ବର୍ଷ ମଧ୍ୟରେ ଭାରତୀୟମାନେ ଏହି ମିଶନକୁ ଗ୍ରହଣ କରି ଏହାକୁ ନିଜ ଜୀବନର ଏକ ଅଂଶ କରିନେଇଛନ୍ତି।

Related Articles

Back to top button