ନେପାଳରେ ବନ୍ୟା ଏବଂ ଭୂ- ସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି

ନେପାଳରେ ବନ୍ୟା ଏବଂ ଭୂ- ସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି । ଏପର୍ଯ ପର୍ଯ୍ୟନ୍ତ ୨୨ଜଣ ଲୋକ ନିଖୋଜ ଥିବା କୁହାଯାଇଛି । ଏହି ପ୍ରାକୃତିକ ବି ବିପର୍ଯ୍ୟୟରେ ଶହେ ଅଣସ୍ତରୀ ଜଣେ ଆହତ ହୋଇଛନ୍ତି ସେଠାକାର ଗୃହମନ୍ତ୍ରଣାଳ ଣାଳୟ ମୁଖପାତ୍ର ରୁଷିରାମ ତିଓ୍ବାରୀ କହିଛନ୍ତି ।ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ୧୭ହଜାର ୧୨୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସରକାରୀ ସଂସ୍ଥାଗୁଡ଼ିକ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଗମନାଗମନ ସୁ-ବ୍ୟବସ୍ଥିତ କରିବା ଲାଗି ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ ଚାଲିଛି । ଗତ ଶୁକ୍ରବାର ଠାରୁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇପଡିଥିଲା ।ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଆଉ ଏହା ଭିତେରେ ଗଲାଣି ୨୩୩ ଜଣଙ୍କ ଜୀବନ । ଅନ୍ୟପଟେ କୁହାଯଉଛି ଏବେ ବି ଅନେକ ଲୋକେ ରହିଛନ୍ତି ନିଖୋଜ ।

Related Articles

Back to top button