ପାକିସ୍ତାନ ଗସ୍ତ କରିବେ ଭାରତର ବୈଦେଶିକ ମନ୍ତ୍ରୀ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅକ୍ଟୋବର ୧୫-୧୬ ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭାଗ ନେବାକୁ ପାକିସ୍ତାନ ଯିବେ। ପାକିସ୍ତାନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି, ଯେଉଁଥିରେ ଆଞ୍ଚଳିକ ସୁରକ୍ଷା, ଅର୍ଥନୈତିକ ସହଯୋଗ ଏବଂ ଆତଙ୍କବାଦ ମୁକାବିଲା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ଭାରତ ବ୍ୟତୀତ ଚୀନ୍, ଋଷ, ପାକିସ୍ତାନ ସମେତ ଏସିଆର ଅନ୍ୟାନ୍ୟ ଦେଶ ଏସସିଓରେ ଅନ୍ତର୍ଭୁକ୍ତ। ଏହା ଆଞ୍ଚଳିକ ସ୍ଥିରତା ଓ ନିରାପତ୍ତା ସମ୍ବନ୍ଧରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରେ।

ଏସସିଓ ବୈଠକରେ ମୁଖ୍ୟତଃ ଆତଙ୍କବାଦ, ଆଂଚଳିକତା, ସୀମା ସୁରକ୍ଷା, ଅର୍ଥନୈତିକ ସହଯୋଗ ଏବଂ ଆଞ୍ଚଳିକ ବାଣିଜ୍ୟ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏହା ସହିତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସହଭାଗିତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।ପାକିସ୍ତାନରେ ଏହି ବୈଠକ ଏପିର ସମୟରେ ଆୟୋଜିତ ହେଉଛି, ଯେଉଁ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶେଷ କରି ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଅନେକ କୂଟନୈତିକ ବିବାଦ ଚାଲିଛି। ତଥାପି ଏହି ବୈଠକରେ ଜୟଶଙ୍କରଙ୍କ ଅଂଶଗ୍ରହଣ କରିବାରୁ ଜଣାପଡିଛି ଯେ ଆଞ୍ଚଳିକ ସୁରକ୍ଷା ଏବଂ ସହଯୋଗ ପ୍ରସଙ୍ଗରେ ଭାରତ ପଛରେ ନାହିଁ।

Related Articles

Back to top button