ଲାଲୁଙ୍କ ସମେତ ୯ ଜଣଙ୍କୁ ଜାମିନ ଦେଲେ ରାଉଜ ଆଭେନ୍ୟୁ କୋର୍ଟ

ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବଙ୍କ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଲାଲୁଙ୍କ ବ୍ୟତୀତ ତେଜସ୍ୱୀ ଏବଂ ତେଜ ପ୍ରତାପ ଯାଦବ, ମିସା ଭାରତୀ ଏବଂ ଅନ୍ୟ ସହ-ଅଭିଯୁକ୍ତମାନେ ମଧ୍ୟ ଆଜି କୋର୍ଟରେ ପହଞ୍ଚିଥିଲେ। ଆଜି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ମାର୍ଚ୍ଚ ୭ ରେ ଇଡି ମାମଲାରେ ରାବଣ ଦେବୀ, ମିସା ଭାରତୀ, ହିମା ଯାଦବ ଏବଂ ହ୍ରଦୟାନନ୍ଦ ଚୌଧୁରୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ ତାରିଖରେ ହେବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।

ସେପ୍ଟେମ୍ବର ୧୮ ରେ ଇଡି ଦ୍ୱାରା ଦାଖଲ ହୋଇଥିବା ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜସିଟକୁ କୋର୍ଟ ଗ୍ରହଣ କରିଥିଲେ। କୋର୍ଟରେ ହାଜର ହେବା ପାଇଁ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା । ଯେଉଁ ଅଭିଯୁକ୍ତଙ୍କୁ କୋର୍ଟ ଡକାଇଛନ୍ତି ସେମାନଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ, ଅଖିଳେଶ୍ୱର ସିଂ, କିରଣ ଦେବୀ, ହଜାରୀ ପ୍ରସାଦ ରାୟ, ସଞ୍ଜୟ ରାୟ ଏବଂ ଧର୍ମେନ୍ଦ୍ର ସିଂ ଅଛନ୍ତି। ଅଗଷ୍ଟ ୬ ରେ ଇଡି ଏହି ମାମଲାରେ ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଥିଲା। ଇଡି ଚାର୍ଜସିଟରେ ମୋଟ ୧୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟରେ ପ୍ରମାଣ ଭାବରେ ୯୬ ଟି ଡକ୍ୟୁମେଣ୍ଟ୍ ଉପସ୍ଥାପିତ କରିଥିଲା ଇଡି ।

Related Articles

Back to top button