ଟ୍ରେନି ଡାକ୍ତରଙ୍କୁ ହୋଇ ନାହିଁ ଗଣ ଦୁଷ୍କର୍ମ

ବହୁ ଚର୍ଚ୍ଚିତ କୋଲକାତା ଆର.ଜି କର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚାର୍ଜସିଟ୍ ଦାଖଲ କରିଛ । ଏଥିରେ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଏହି ଦୁଷ୍କର୍ମ ଏବଂ ହତ୍ୟାରେ ଅଭିଯୁକ୍ତ ସଂଜୟ ରାଉତ ଏକା ଦୋଷୀ ବୋଲି ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ କରିଛି । ସୋମବାର ସିବିଆଇ କୋଲକାତା ଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାରେ ଗଣ ଦୁଷ୍କର୍ମ ହୋଇ ନ ଥିବା ଚାର୍ଜସିଟରେ କୁହାଯାଇଛି । ସଞ୍ଜୟ ରାଏ ଏକମାତ୍ର ହିଁ ଅଭିଯୁକ୍ତ । ୧୦୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ୧୨ଟି ପଲିଗ୍ରାଫ୍ ଟେଷ୍ଟ ଆଧାରରେ ସିବିଆଇ ଏହା କହିଛି ।

Related Articles

Back to top button