ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ବସ୍ ମାଲିକ ସଂଘ

ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍‌ ଧର୍ମଘଟ ପ୍ରତ୍ୟାହୃତ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ନିଷ୍ପତ୍ତିରୁ ଓହରିଲା ।ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ ।ଆଜି ବ୍ରହ୍ମପୁରରେ ପରିବହନ ମନ୍ତ୍ରୀଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଦୀର୍ଘ ସମୟର ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି। ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରିଥିବା କହିଛନ୍ତି।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଶେଷ ହୋଇଛି। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ କ୍ଷତି ହେଉଥିବା ସେମାନେ ଦାବି ରଖିଥିଲେ। ସେମାନଙ୍କ ଦାବିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏବେ ଲକ୍ଷ୍ମୀ ବସ୍‌ର ଟାୟାର-ଟୁ AC ବସ୍ ଚଳାଚଳକୁ ସ୍ଥଗିତ ରଖୁଛୁ। ମାତ୍ର ଆମେ ନୂଆ ଲୋଗୋ, ନୂଆ ଅପରେସନ ଓ ନୂଆ ସ୍ୱରୂପରେ ଲକ୍ଷ୍ମୀ ବସ୍‌ର କାମ କରିବୁ । ଅତି ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ତେଣୁ ଏବେ ଉଭୟ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Related Articles

Back to top button