ମିଳିଲା ଆତଙ୍କବାଦୀ ଅପହରଣ କରିଥିବା ଜଣେ ଯବାନଙ୍କ ମୃତଦେହ

ଜମ୍ମୁ-କାଶ୍ମୀରରେ ପ୍ରାଦେଶିକ ସେନାର ଦୁଇ ଯବାନଙ୍କୁ ଆତଙ୍କବାଦୀମାନେ ମଙ୍ଗଳବାର ଅପହରଣ କରି ନେଇଥିଲେ । ଆଉ ବୁଧବାର ଜଣେ ଯବାନଙ୍କ ମୃତଦେହ ମିଳିଛି । ଏହାକୁ ନେଇ ସେନା ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଏହି ଘଟଣା ଅନନ୍ତନାଗରେ ଘଟିଥିବା କୁହାଯାଉଛି । ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଇଲାକାରେ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି ।ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ଆତଙ୍କବାଦୀ ଅନନ୍ତନାଗ ଜଙ୍ଗଲରୁ ଟିଏର ଦୁଇ ଜଣ ଯବାନଙ୍କ ଅପରହଣ କରି ନେଇଥିଲେ । ସେଥିରୁ ଜଣେ ଯବାନ ଖସି ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଜଣେ ଯବାନଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି । ଯବାନ ନିଖୋଜ ହେବା ପରଠୁ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଚଳାଇଥିଲେ ।

Related Articles

Back to top button