ଆମେରିକା ଫ୍ଲୋରିଡ଼ାକୁ ମାଡ଼଼ି ଆସୁଛି ଏକ ଭୟଙ୍କର ବାତ୍ୟା

ଆମେରିକା ଫ୍ଲୋରିଡ଼ାକୁ ମାଡ଼଼ି ଆସୁଛି ଏକ ଭୟଙ୍କର ବାତ୍ୟା । ବର୍ତ୍ତମାନ ଏଗା ଟାମ୍ପା ପ୍ଲୋରିଡ଼ା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୪୮୫ କିଲୋମିଟର ଦୂରରେ ରହିଥିବା ନେଇ ସୂଚନା ରହିଛି । ଆସନ୍ତାକାଲି ସକାଳ ୬ଟା ମଧ୍ୟରେ ଏହି ଭୟଙ୍କର ବାତ୍ୟା ସେଣ୍ଟ୍ରାଲ୍ ଗଲ୍ଫ କୋଷ୍ଟରେ ଲ୍ୟାଣ୍ତଫଲ୍ କରିବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ଲ୍ୟାଣ୍ତଫଲ୍ କରିବା ସମୟରେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ମଧ୍ୟରେ ଆମେରିକାର ଅନ୍ୟତମ ପ୍ରମୁଖ ରାଜ୍ୟ ଫ୍ଲୋରିଡାକୁ ଘୂର୍ଣ୍ଣିବଳୟ ଛୁଇଁପାରେ । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ବିପଜ୍ଜନକ ଶ୍ରେଣୀରେ ସ୍ଥାନିତ କରିଛନ୍ତି। ହେଲେନ ବାତ୍ୟା ପାଇଁ ଆମେରିକାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Related Articles

Back to top button