ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ନୋଏଲ ଟାଟା ।

ସ୍ୱର୍ଗତ ରତନ ଟାଟାଙ୍କ ପରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି ତାଙ୍କ ସାବତ ଭାଇ ନୋଏଲ ଟାଟା । ଶୁକ୍ରବାର ମୁମ୍ବାଇରେ ଏ ନେଇ ଟାଟା ଟ୍ରଷ୍ଟର ବସିଥିବା ବୈଠକରେ ବୋର୍ଡ ପକ୍ଷରୁ ନୋଏଲ ଟାଟାଙ୍କ ନାମ ଉପରେ ମୋହର ଲାଗିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୀର୍ଘ ୪ ଦଶନ୍ଧି ଧରି ଟାଟା ସହିତ ଜଡ଼ିତ ଥିବା ନୋଏଲ ଆଜିଠାରୁ କମ୍ପାନୀର ଅଧ୍ୟକ୍ଷ ଭାର ସମ୍ଭାଳିବେ । ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ । ନାଭାଲ ଏଚ୍ ଟାଟା ଏବଂ ସିମୋନି ଏନ୍ ଟାଟାଙ୍କ ପୁଅ ହେଉଛନ୍ତି ନୋଏଲ । ସିଏ ଦୀର୍ଘ ୪୦ ବର୍ଷ ହେବ ଟାଟା ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି । କମ୍ପାନୀର ଅନେକ ବୋର୍ଡରେ ସେ ଅଛନ୍ତି । ଟ୍ରେଣ୍ଟ୍, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲଟାସ, ଏବଂ ଟାଟା ଇନଭେଷ୍ଟମେଣ୍ଟରେ ସେ ଅଧ୍ୟକ୍ଷ ରହିଛନ୍ତି । ଏହା ସହିତ ଟାଟା ଷ୍ଟିଲ ଏବଂ ଟାଇଟନ କମ୍ପାନୀ ଲିମିଟେଡର ସେ ଉପାଧ୍ୟକ୍ଷ ଅଛନ୍ତି । ଏହା ବାଦ ସେ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବ୍ଜି ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ସେହିପରି ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ (ଏମଡି) ମଧ୍ୟ ଥିଲେ ।

ନୋଏଲ ଟାଟା ଯୁକ୍ତ ରାଷ୍ଟ୍ରରୁ Sussex Universityରୁ ଗ୍ରାଜୁଏସନ୍ କରିଥିଲେ ଏବଂ ଏହା ପରେ INSEADରୁ International Executive Programme (IEP) ଶେଷ କରିଛନ୍ତି । ନୋଏଲଙ୍କର ତିନୋଟି ପିଲା ରହିଛନ୍ତି । ତାଙ୍କର ୩ ସନ୍ତାନ ଲିହ, ମାୟା ଏବଂ ନେଭିଲି ଚଳିତ ବର୍ଷ ମେ ୬ରୁ ଟାଟା ଗ୍ରୁପ୍ ୫ ଏନଜିଓରେ ନିଯୁକ୍ତି ପାଇଛନ୍ତି ।

Related Articles

Back to top button