ହରିୟଣାରେ ୧୭ ଓ ଜମ୍ମୁକାଶ୍ମୀରେ ୧୪ରେ ହେବ ଶପଥ ଗ୍ରହଣ

ଆସନ୍ତା ୧୭ ତାରିଖରେ ହରିୟାଣାରେ ବିଜେପି ଗଠନ କରିବ ନୂଆ ସରକାର। ନାଏବ ସିଂହ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ମୋଦି ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା ୧୪ରେ ଜମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ଗତ ଶୁକ୍ରବାର ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ନେଇ ଉପରାଜ୍ୟପାଳଙ୍କୁ ଭେଟିଥିଲେ JKNC ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା। ଶ୍ରୀନଗରରେ ଉପରାଜ୍ୟପାଳଙ୍କୁ ଭେଟି ୫୫ ବିଧାୟକଙ୍କ ସମର୍ଥନ ଥିବା ନେଇ ଦାବି ଉପସ୍ଥାପନ କରିଥିଲେ ଉମର। ଜେକେଏନସିର ୪୨ ବିଧାୟକଙ୍କ ସହ କଂଗ୍ରେସ, ଆମ ଆଦମୀ ପାର୍ଟି, ସିପିଆଇ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଉମର।

Related Articles

Back to top button