ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର କଲେ ଅସ୍ତ୍ର ପୂଜା

ବିଜୟାଦଶମୀ ଉପଲକ୍ଷେ ହିନ୍ଦୁ ପରମ୍ପରା ଅନୁସାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଅସ୍ତ୍ର ପୂଜା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି ସୁକନାରେ ୩୩ କୋର ମୁଖ୍ୟାଳୟରେ ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି । ଅସ୍ତ୍ର ପୂଜା ପରେ ରାଜନାଥ ସିଂହ କହିଛନ୍ତି, ଆମେ ସମସ୍ତେ ଜାଣନ୍ତି ଯେ, ‘ଆଜି ହେଉଛି ଅସତ୍ୟ ଉପରେ ସତ୍ୟ ବିଜୟର ପର୍ବ । ଦଶହରା ହେଉଛି ବିଜୟର ପ୍ରତୀକ । ଆଜିର ଦିନରେ ହିଁ ଭଗବାନ ରାମ ଅସୁର ରାବଣକୁ ପରାସ୍ତ କରିଥିଲେ । ଏହା ମାନବତାର ବିଜୟ ଥିଲା।’

ସେହିପରେ ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ କୌଣସି ଦେଶ ଉପରେ ଆକ୍ରମଣ କରିନାହୁଁ କାରଣ ଆମର ହୃଦୟରେ କାହା ସହିତ ଶତ୍ରୁତା ନାହିଁ। ଅମେ କେବଳ ସେତେବେଳେ ଯୁଦ୍ଧ କରୁ ଯେତେବେଳେ ଆମର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ କେହି ଅସମ୍ମାନ କରନ୍ତି। ଯେତେବେଳେ କୌଣସି ଦେଶ ଧର୍ମ, ସତ୍ୟ ଏବଂ ମାନବିକ ମୂଲ୍ୟବୋଧ ବିରୋଧରେ ଯୁଦ୍ଧ ଆରମ୍ଭ କରେ ସେତେବେଳେ ଆମେ ଯୁଦ୍ଧ କରୁ। ଶାସ୍ତ୍ର ପୂଜା କରିବା ଏକ ପ୍ରତୀକ, ଯାହାକୁ ଆବଶ୍ୟକ ସମୟରେ ପୂର୍ଣ୍ଣ ଶକ୍ତି ସହିତ ବ୍ୟବହାର କରାଯାଇପାରିବ।’

Related Articles

Back to top button