ଆଜିଠାରୁ ତିନୋଟି ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନୋଟି ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି । ସେହି ତିନୋଟି ଆଫ୍ରିକୀୟ ରାଷ୍ଟ୍ର ହେଉଛି, ଆଲ୍‌ଳ୍ପେରିଆ, ମୌରିଟାନିଆ ଏବଂ ମାଲୱି। ଭାରତୀୟ ରାଷ୍ଟ୍ରପତିଙ୍କର ଏହି ତିନୋଟି ଆଫ୍ରିକୀୟ ରାଷ୍ଟ୍ରକୁ ଏହା ପ୍ରଥମ ଗସ୍ତ । ଗତବର୍ଷ ଭାରତର ଅଧ୍ଯକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି-୨୦ ସଦସ୍ୟ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା । ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା କରିବେ ।ସେଠାରେ ରହୁଥ‌ିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି । ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଜି ରାତିରେ ଆଲ୍‌ଜେରିଆରେ ପହଞ୍ଚେ । ସେଠାରେ ସେ ଆଲ୍‌ଜେରିଆ ରାଷ୍ଟ୍ରପତି ଆବଦେଇ ମାଜିଦ୍ ତେବୌନେଙ୍କ ସହ ଦ୍ଵିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା ବୈଠକ କରିବେ । ଭାରତ-ଆଲ୍‌ଜେରିଆ ଅର୍ଥନୈତିକ ଫୋରମ ବୈଠକକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଦ୍ଵିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚୈକ୍ ଏଲ୍ ଘାଜୌଆନୀଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ । ସୂଚନାଯୋଗ୍ୟ ମୌରୀଟାଳିଆ ଏବେ ଆଫ୍ରିକାନ୍ ୟୁନିୟନର ସଭାପତି ଦାୟିତ୍ଵ ନିର୍ବାହ କରୁଛି । ମୌରୀଟାନିଆଠାରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ।ତୃତୀୟ ତଥା ଅଭିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା ୧୭ ତାରିଖରେ ମାଲାୱି ଠାରେ ପହଞ୍ଚିବେ । ମାଲାୱିର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ, ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ସେଠାକାର ଶିଳ୍ପଦ୍ୟୋଗୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ୧୯ ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Related Articles

Back to top button